ସ୍ମୃତି ତୁମ ପ୍ରେମ….

ସ୍ମୃତି ତୁମ ସବୁ ପାଉଁଶ ତଳର ନିଆଁ ।

ନିଜେ ଜଳିଯାଇ ମତେ ଜଳୋଉଛି ,

ଭୁଲି ମୁଁ ପାରୁନି କିଆଁ ??

ସ୍ମୃତି ତୁମ ସବୁ ,ଅସ୍ତଗାମୀ ସୂର୍ଯ୍ୟ

ସନ୍ଧ୍ୟାରେ ବିଦାୟ ନିଏ ।

ଯେତେ ଦେଖିଲେବି ନୂଆ ଲାଗୁଥାଏ ,

ଯେବେ ପ୍ରଭାତେ ଦର୍ଶନ ଦିଏ ।

ସ୍ମୃତି ତୁମର ସେ ଶୁଖିଲା ଗୋଲାପ ,

ବାସ୍ନା ତା’ର ପ୍ରିତୀଭରା ।

ଆଜି ଡାଏରି ପୃଷ୍ଠାରେ ସ୍ଥାଣୁ ପାଲିଟିଛି ,

କରି ଜୀବନ ମୋ ଦୁଃଖଭରା ।

ସ୍ମୃତି ତୁମ ମୁହଁ ପୂର୍ଣ୍ଣିମାର ଚ଼ାନ୍ଦ ,

ଦେଖି ହେଉଥିଲି କେତେ ମୁଁ ଆନନ୍ଦ ।

ତୁମେ ଚାଲିଗଲ …ଜହ୍ନ ଲୁଚିଗଲା ,

ଅନ୍ଧକାର ରାତି ପ୍ରିୟ ମିତ୍ର ହେଲା ।

ସ୍ମୃତି ତୁମ ପ୍ରେମ ଅତୀତ ବୁକୁରେ ,

ବରଷା ରାତିରେ ଜନଶୂନ୍ୟ ପଥେ ,

ଭିଜୁଥିଲେ ଯେବେ ଦୁଇ ମତୁଆଲା ମନ ।

ଆଜିବି ଭିଜୁଛି ତୁମ ସ୍ମୃତିର ବର୍ଷାରେ ,

କିନ୍ତୁ ମନ ମତୁଆଲା ନୁହଁ !

-ଚନ୍ଦ୍ରକାନ୍ତି ପ୍ରଧାନ

Advertisements

ହେ ବର୍ଷା !

ହେ ବର୍ଷା !

ତୁମେ ଶାନ୍ତ ପରିବେଶରେ,

ଗୀତର ସମ୍ଭାର ରଚନା କରିଦିଅ ।

ପୁଣି କାହା ଶୂନ୍ୟ ହୃଦୟରେ ,

ଶିହରଣର ଜାଲ ବୁଣିଦିଅ ।

ପ୍ରକୃତି ଭେଟିଦିଏ ନାନା ରଙ୍ଗର ଫୁଲ,

ତୁମ ଆଗମନରେ।

ତୁମ ସ୍ପର୍ଶରେ ମୁଁ କିଛି ମୁହୂର୍ତ୍ତ ପାଇଁ ହଜିଯାଏ ,

ତୁମ ଟୋପା ଟୋପା ଜଳ ବିନ୍ଦୁର ପ୍ରେମରେ ,

ଆଉ ମିଶିଯାଏ ତୁମ ଭାବନାରେ ।

ମରିଯାଏ ଯେତେ ରାଗ ଅଭିମାନ ମୋର ,

ତୁମ ନିଶ୍ୱାର୍ଥପର ଭଲପାଇବାରେ ।

ଭୁଲିଯାଏ ଏ ସ୍ୱାର୍ଥପର ଦୁନିଆକୁ,

ଯେବେ ତୁମେ ବର୍ଷିଯାଅ ମୋ ଉପରେ ।

ମତେ କହିବ କି ବର୍ଷା ….

ହୃଦୟ ବିହୀନ ମଣିଷଟେ ମୁଁ !

ମତେ ତୁମେ ଏତେ ଆପଣାର ଭାବ କାହିଁକି ?

-ଚନ୍ଦ୍ରକାନ୍ତି ପ୍ରଧାନ

ଏଇତ ମୋ ପ୍ରେମ !

ହୃଦୟଟା ଡଙ୍ଗାପରି

ଭାସିଯାଏ ପ୍ରେମର ନଈରେ ।

ଅଧାଗଢା ଡଙ୍ଗା ସେ ତ ,

ଦିଗହରା ହୁଏ ଗତିଶୀଳ ପବନରେ ।

ଯେବେ ହୁଏ ଅଗ୍ନିଉଦ୍ଗିରଣ ମନରେ ,

ଥରିଉଠେ ଛାତି ଅଜଣା କୋହରେ ।

ଜଳିଯାଏ ମୋ ନିସ୍ତେଜ ଶରୀର ,

ତୋ ପ୍ରେମର ଜ୍ୱାଳାରେ ।

ତୁ କେମିତି ବୁଝିବୁ ?

ତୋ ଅସହ୍ୟ ନିରବତାରେ ,

ମୁଁ ବଞ୍ଚିବାର ଶବ୍ଦ ଖୋଜୁଛି ।

ତୋ ଶୂନ୍ୟ ହୃଦୟରେ ,

ସ୍ଥାନ ଟିକେ ପାଇଁ ତପସ୍ୟା କରୁଛି ।

ଏଇତ ମୋ ପ୍ରେମ !

ଅଲୋଡା ଅସଜଡା ମନ,

ଝୁରେ ତତେ ରାତି ଦିନ ।

ଦୂରୁ ଦେଖି ତତେ ଖୁସି ହେଉଥାଏ

ଦେଖେ ତତେ ପାଇବାର ମିଛ ସ୍ୱପ୍ନ ।

-ଚନ୍ଦ୍ରକାନ୍ତି ପ୍ରଧାନ

ତୁମରି ପାଇଁ …..

ଦୂରତ୍ୱ ପ୍ରେମ ଆଗରେ ହାର ମାନିଛି ,

ଅବୁଝା ବିହଙ୍ଗ ବସାକୁ ଫେରିଛି ।

ପୁଣି ସେଇ କିଚିରି ମିଚିରି ଶବ୍ଦ ,

ନୀଳ ଆକାଶକୁ ପୁଲକିତ କରୁଛି ।

ବହୁଦିନୁ ଲୁହପିଇ ବଞ୍ଚିଥିବା ଓଠ ,

ଆଜି ମନ ଖୋଲି ହସୁଛି ।

ଖାଲି ତୁମରି ପାଇଁ ।୧।

ତୁମ ବାହୁବନ୍ଧନରେ ହଜିଯିବାକୁ ,

ମୁଁ ପ୍ରତୀକ୍ଷା କରିଥାଏ ।

କିନ୍ତୁ ତୁମ ପ୍ରଥମ ସ୍ପର୍ଶରେ ମୁଁ…

ଫୁଲେଇ ପ୍ରେମିକା ପରି ,

କେତେ ଯେ ଲାଜରେ ମରିଯାଏ ।

କାରଣ ଏ ଇନ୍ଦ୍ରଧନୁ ମୋ ଦେହେ ,

ପ୍ରେମ ରଙ୍ଗ ମାଖି ଦେଇଛି ,

ଖାଲି ତୁମରି ପାଇଁ ।୨।

ପ୍ରକୃତି ଦେଇଛି ସହମତି ,

ବିତିଯାଉ ଯେତେ ଦିନରାତି ।

ଏ ଛାଇ ଆଲୁଅର ଖେଳରେ ,

ତୁମ ପ୍ରେମରେ ନିଜକୁ ସମର୍ପି ଦେଇ ,

ମିଶିଯିବି ତୁମ ଆତ୍ମାରେ ।

କ୍ଷଣକ ପାଇଁ ନୁହେଁ ଜନ୍ମ ଜନ୍ମ ପାଇଁ ,

ଖାଲି ତୁମରି ପାଇଁ ।୩।

ପ୍ରେମି ମାନଙ୍କର କ’ଣ ଭୁଲ ?

ସେମାନଙ୍କୁ ତ ପ୍ରେମ ହିଁ ପାଗଳ କରାଏ ।

ସେଥିପାଇଁ ତୁମ ପ୍ରେମର ସହରେ ,

ମୁଁ…ନିଜକୁ ବାରମ୍ବାର ହଜାଏ ।

ଯଦି ତୁମ ଜୀବନେ ଅନ୍ଧାର ମାଡିଆସେ ,

ମୁଁ ଜଳିଯିବି ଦୀପର ସଳିତା ହୋଇ ,

ତୁମ ଆଶାର ଆଲୋକ ହେବାପାଇଁ ।

ଖାଲି ତୁମରି ପାଇଁ ।୪।

-ଚନ୍ଦ୍ରକାନ୍ତି ପ୍ରଧାନ

ନ ଫେରିବ ସେ !

ମଳୟ ପବନ ଓଠ ଛୁଇଁ ଯାଇ ,

କହିଯାଏ କାନେ କାନେ ।

ହସିଦେ ହସିଦେ ମନ ଖୋଲି ଥରେ ,

ପୋଛିଦେ ଲୁହ କୁ ଭୁଲିଯା ଦୁଃଖ ତୁ ,

ଆଉ ନ ଫେରିବ ସେ ।୧।

ବୈଶାଖରେ ସେ ଅଗ୍ନୀ ତେଜ ହୋଇ ,

ଶ୍ରାବଣରେ ଦେବ ବର୍ଷାରେ ଭିଜେଇ ।

ଋତୁ ବଦଳିବ ବସନ୍ତ ଫେରିବ,

ଆଉ ନ ଫେରିବ ସେ ।୨।

ଭୁଲିଯା ଭୁଲିଯା ଅତୀତ ସ୍ମୃତିକୁ ,

ଫଗୁଣ ଫେରିବ ସ୍ୱପ୍ନ ବୁଣିଦେବ।

ମିଛ ସେ ଫଗୁଣ ଦେବ ସେ କଷଣ ,

ଆଉ ନ ଫେରିବ ସେ ।୩।

ଯାହା ପାଇଁ ଏତେ ରାଗ ଅଭିମାନ ,

କରି ଯାଇଛି ସେ ହୃଦୟ କୁ ଛିନ୍ନ ଭିନ୍ନ।

ଯାହା ପାଇଁ ତୁ ଅଭିମାନୀ ପ୍ରିୟା ,

ଆଉ ନ ଫେରିବ ସେ ।୪।

-ଚନ୍ଦ୍ରକାନ୍ତି ପ୍ରଧାନ

दिल की बातेँ ……

रेहने दो वो दिलकी बातेँ….

जो बोलना दरुरत् नेही|

बेहजाने दो वो आँसूओँ को …

जो आँखो मे रुकता नेही |

याद मत् करो उसे …

जो तुम्हारा कभी था नेही |

भुलजाओ वो पल को ….

जो एक सपना था सच्च नेही |

-चन्द्रकान्ति प्रधान

💞 ମମତାର ମୃତ୍ୟୁ 💞

ଜୀବନ ଜୂଇରେ ମତେ ଜାଳିଦେଇ ,

କରିଦେଲୁ ମତେ ଆକାଶେ ତାରା ।

ଆକାଶରେ ମୁଁ ତାରା ଟିଏ ହୋଇ ,

ଅତୀତ ସ୍ମୃତିକୁ ଆଜିବି ଝୁରେ ।

ଦିନେ ଦୁହେଁ ମିଶି ବସା ବାନ୍ଧିଥିଲେ ,

ସୁଖ ଦୁଃଖ ସବୁ ସାମ୍ନା କରିଥିଲେ ।

ଯେତେ ମିଛ ତୋର ରାଗ ରୁଷା ,

ସେତେ ଶିହରଣ ତୋ ପ୍ରେମର ଛିଟା ।

କରିନି ମୁଁ ତୋ ସହ ଛଳନା ,

ଭାଗ୍ୟ କଲା ପ୍ରତାରଣା ।

ଜଳେଇଲା ମତେ ଜୂଇର ନିଆଁରେ ,

ଜଳିଲି ମରିଲି କେତେ ଯାତନାରେ ।

ଛାଡି ଆସିଲି ମୋ ବନ୍ଧୁ ପରିଜନ ,

କ୍ଷୁଦ୍ର ଶିଶୁ ମୋର ହେଲେ ହିନୀମାନ।

ନିରୀହ ନିର୍ବୋଧ ଶିଶୁମାନେ ମୋର ,

ଜାଣିନି କି ଦୋଷ କଲେ ଦଇବର ।

ଜୀବନ ସରିନି ମୋ ଆୟୂଷ ପୁରିଲା ,

ଦେଖିଥିବା ସ୍ୱପ୍ନ ଅଧାରେ ରହିଲା ।

କେଉଁ ଜନ୍ମ ପାପ ଏ ଜନ୍ମେ ଭୋଗିଲି ,

ମାଆର ମମତା ଦେଇ ନପାରିଲି ।

ଶିଶୁ ମୋ ଖୋଜନ୍ତି ମାଆ କୋଳ କାହିଁ ,

ମୁଁ ଅଭାଗିନୀ ମାଆ ଦୂର ଆକାଶରୁ ରହିଛି ଚାହିଁ।

କହି କାନ୍ଦନ୍ତି ପ୍ରାଣପ୍ରିୟ ମୋର ,

ମୁଁ ଅଛି କିନ୍ତୁ ମୋ ପ୍ରାଣସଖୀ ନାହିଁ ।

-ଚନ୍ଦ୍ରକାନ୍ତି ପ୍ରଧାନ