ଲେଖିକାର ହୃଦୟ ସ୍ୱପ୍ନର ସାଗର ,
ଲେଖାଟି ତା ହୃଦୟର ଭାଷା ।
କିଏବା ବୁଝିବ ତା ହୃଦୟ ଭାଷାକୁ ,
ଲେଖାରେ ସେ ଆଂକେ ନିଜ ପ୍ରତିଛବିକୁ ।
କେବେ ଆଂକେ ତା ପ୍ରେମ କାହାଣି ,
କେବେ ପୁଣି ପ୍ରେମ ପାଇଁ ଯାଏ ସେ ମଶାଣି ।
କବିତା ଲେଖେ ସେ ରାତିରେ ଚେଇଁ ,
ସ୍ମିତହାସ୍ୟେ କହେ ମୋ ଜନ୍ମ ତୁମରିପାଇଁ ।
ଜହ୍ନକୁ ଦେଖି ଇର୍ଷାରେ ସେ ଜଳେ ,
କହେ ଜହ୍ନ ମୋ ପ୍ରିୟ ଠାରୁ ସୁନ୍ଦର କାଳେ ।
ରଜନିରେ ନିଜ ପ୍ରତିବିମ୍ବ ଖୋଜେ ,
ଲେଖାରେ ଭାବନାର ପ୍ରତିଛବି ଆଂକେ ।
-ଚନ୍ଦ୍ରକାନ୍ତି ପ୍ରଧାନ
ଭଲ ହୋଇଛି କବିତାଟି । ଦ୍ୱିତୀୟ ଲାଇନରେ ହୃଦୟ ଭାଷାର ନହୋଇ ହୃଦୟର ଭାଷା ଲେଖିଲେ ଠିକ୍ ଲାଗିବ ।
LikeLiked by 1 person
ନିଶ୍ଚୟ ସାର୍ ହୃଦୟରୁ ପ୍ରଣାମ 🙏🙏
LikeLike