କୁମାର ପୂର୍ଣ୍ଣିମା

ଫଟୋ-ପୁଷ୍ପା ଅପା

“କୁଆଁର ପୁନେଇଁ ଜହ୍ନଲୋ, ଫୁଲ ବଉଳବେଣୀ ।ପୁଚି ଖେଳିବାକୁ ମନ ଗୋ , ଫୁଲ ବଉଳବେଣୀ ।”ଗୀତ ଶୁଣାଯାଏ ଆଶ୍ୱିନ ମାସ ପୂର୍ଣ୍ଣିମା ଦିନ ରାତିରେ ।ପ୍ରିୟ ମାତୃଭୂମିରେ ଶରତ ଋତୁରେ ପାଳିତ କୁମାର ପୂର୍ଣ୍ଣିମା ବା କୁମାରୋତ୍ସବ ପାଳନ କରାଯାଏ। ସାଧାରଣତଃ ଇନ୍ଦୁ ପୂର୍ଣ୍ଣିମା (ଭାଦ୍ରବ ମାସ ପୂର୍ଣ୍ଣିମା )ଆଶ୍ୱିନ ମାସ ପସନ୍ତିରୁ ହିଁ କୁମାରୀ ମାନେ ଜହ୍ନିଓଷା କରିବା ଆରମ୍ଭରୁ କରିଥାନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ପୂର୍ବରୁ ଚଉରା ମଣ୍ଡପକୁ ଜହ୍ନି ଫୁଲରେ ସଜେଇ ମାଆ ବୃନ୍ଦାବତୀଙ୍କୁ ଆରାଧନା କରିଥାନ୍ତି। ମାସାନ୍ତ ଦିନ ଏହି ଓଷାର ଉଜାପନୀ ହୁଏ । ସୁନ୍ଦର ବରପ୍ରାପ୍ତି ନିମନ୍ତେ କୁମାରୀ ମାନେ କାର୍ତ୍ତିକେୟଙ୍କୁ ଓ ଚନ୍ଦ୍ରଙ୍କୁ ପୂଜାପାଇଁ ଏ ବ୍ରତ ପାଳିଥାନ୍ତି । ଏହିଦିନ ମଧ୍ୟ ମାଆ ମହାଲକ୍ଷ୍ମୀଙ୍କର ଗଜଲକ୍ଷ୍ମୀ ପୂଜା ଖୁ ଆଡମ୍ବରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ କରାଯାଏ । ଡେଙ୍କାନାଳରେ ଏହି ପର୍ବଟି ବହୁ ପ୍ରସିଦ୍ଧ । କୁମାରୀମାନେ ସେଦିନ ପ୍ରଭାତରୁ ସ୍ନାନ ଓ ନିତ୍ୟକର୍ମ ସାରି ନବବସ୍ତ୍ର ପରିଧାନ କରି ଚଉରା ମୁଳକୁ ଗୋବରରେ ଲିପି ପଞ୍ଚ ମୁରୁଜରେ ଗୋଟିଏ ଘର ପରି ଗାରକାଟି ଝୋଟି ଚିତ୍ର ସହ ସେଥିରେ ଚାନ୍ଦର ଚିତ୍ରାଙ୍କନ କରାଯାଏ । ଏବଂ ପୂର୍ଣ୍ଣକୁମ୍ଭରେ ଆମ୍ବଡାଳରଖି ସ୍ଥାପନା ସହ ଦୀପଟିଏ ଜାଳନ୍ତି ମାଆ ବୃନ୍ଦାବତୀଙ୍କ ଚରଣରେ ।

ଫୋଟୋ -ସ୍ୱୟଂପ୍ରଭା (ବାନ୍ଧବୀ )

ଏହାପରେ ସଭିଏଁ ଏକତ୍ରିତ ହୋଇ କୁଲାରେ ଧାନଲଗା ଖଇ ଓ ସାତ ପ୍ରକାରର ଫଳକୁ ଯଥା -ନଡିଆ , କଦଳୀ , ପିଜୁଳୀ , ଆତ , ସେଓ ,କମଳା ଇତ୍ୟାଦି ନେଇ ସୂର୍ଯ୍ୟଙ୍କୁ ଆସିବା ପୂର୍ବରୁ ଖଇ ଆଞ୍ଜୁଳି ଟେକିଥାନ୍ତି । ଆଞ୍ଜୁଳାରେ ଖଇସହ ଫଳଟିଏ ଧରି ଆଞ୍ଜୁଳି ଟେକି। ସୂର୍ଯ୍ୟଦେବତାଙ୍କୁ ହୁଳହୁଳି ଦେଇ ଦୀପରେ ବନ୍ଦାପନା କରନ୍ତି ।

ଫଟୋ-ପୁଷ୍ପା ଅପା

ଉଭୟ ବିବାହିତା ଓ ଅବିବାହିତା ନାରୀ ଏ ଓଷାକରନ୍ତି । ବିବାହିତା ନାରୀ ତା’ର ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ଆରୋଗ୍ୟ କାମନା କରିଥାଏ । ଅବିବାହିତା ଝିଅମାନେ ସାରାଦିନ ଉପବାସ ରହି । ସଜବାଜ ହୋଇ ଅଳିତା ଲଗାନ୍ତି । ଓଡ଼ିଆ ପରମ୍ପରାରେ ପର୍ବପର୍ବାଣୀ ଓ ଓଷା ବ୍ରତରେ ନାରୀମାନେ ପାଦରେ ଅଳିତା ନାଇଥାନ୍ତି ।

ରାତିରେ ଚନ୍ଦ୍ରପୂଜା ନିମନ୍ତେ ,ଚାନ୍ଦପ୍ରସ୍ତୁତି କାଯ୍ୟରେ ଲାଗିଯାଆନ୍ତି ତୁରୁଣୀମାନେ । ଚାନ୍ଦ ପ୍ରସ୍ତୁତ କରିବା ପାଇଁ ବଡ଼ ଥାଳିର ବ୍ୟବହାର କରିପାରିବେ ନହେଲେ ଛୋଟ ଥାଳିଆରେ କଦଳୀ ପତ୍ର ରଖି ଜଣ ଜଣଙ୍କ ପାଇଁ ଚାନ୍ଦ ତିଆରି କରିପାରିବେ । ଚାନ୍ଦ ପ୍ରସ୍ତୁତ ପାଇଁ ଲୋଡା ସାମଗ୍ରୀ ଗୁଡ଼ିକ ହେଲା -ଖଇ ,କୋରା ନଡ଼ିଆ , ଚେନା , ଖିର , ଚିନି , ଗୋଲମରିଚ ଓ ବିଭିନ୍ନ ପ୍ରକାରର ଫଳମୁଳକୁ ଛୋଟ ଆକାରରେ କାଟି ସେଥିରେ ଅଳ୍ପ ପରିମାଣ ପାଣି ମିଶାଇ ଚକଟିବାପରେ କଦଳି ପତ୍ରରେ ଚାନ୍ଦର ଆକାରଦେଇ ତିଆରି କରିବେ ।

ଫଟୋ-ସ୍ୱୟଂପ୍ରଭା

ଫଟୋ-ଅଙ୍କିତା ଦିଦି

ଜହ୍ନ ଆସିବା ଆଗରୁ ତୁଳସୀ ମୁଳରେ ସମସ୍ତେ ଏକାଠି ହେଲା ପରେ ପୂଜାର୍ଚ୍ଚନା ଆରମ୍ଭ ହୁଏ । ଜହ୍ନିଓଷାର ବିଧି ଅନୁଯାୟୀ ବହି ପଢାଯାଏ ।ପୁଷ୍ପାଞ୍ଜଳୀ ଦେବାପରେ ଚାନ୍ଦ ଖିଆ ବିଧି ପାଳନ କରାଯାଏ । ଆକାଶରେ ଉଇଁଆସିଥିବା ଚାନ୍ଦକୁ ଲୁଚାଇ ପୂଜା ହୋଇଥିବା ଚାନ୍ଦ ଖିଆଯାଏ ।କଥାରେ ଅଛି ଜହ୍ନ ଆଲୁଆଯଅରେ ଚାନ୍ଦ ଖାଇଲେ କାଳେ ବୁଢାବର ପ୍ରାପ୍ତି ହୁଏ ।

ଫଟୋ-ଆଦ୍ୟାଶା ଦିଦି

ଫଟୋ- ଭାଶ୍ୱତି (ସାନ ଭଉଣୀ ଟିଏ )

ଜହ୍ନକୁ ଲୁଚି ଗମତର ସହ ଚାନ୍ଦଖାଆନ୍ତି କୁମାରୀମାନେ । ଜଣେ ଅନ୍ୟ ଜଣଙ୍କୁ ଚାନ୍ଦ ଖୁଆଇ ଚାନ୍ଦ ବସନ୍ତି । ପରେ ପୁଚିଖେଳ ସହ ନାଚଗୀତର ଆସର ମଧ୍ୟ ଜମିଥାଏ ମଧ୍ୟରାତ୍ର ପର୍ଯ୍ୟନ୍ତ ।

( ମୁଁ ଜାଣେ ଶାସ୍ତ୍ରପୁରାଣ ଆଦିରେ ବର୍ଣ୍ଣିତ ଅନେକ କଥା ଅଛି। କିଛି କିଛି ଲେଖିବାକୁ ଚେଷ୍ଟାକରିଛି । ପ୍ରକୃତରେ ଆମ ଘରେ ଏହି ଓଷା କରାଯାଏ ନାହିଁ । ପୂଜାବିଧି ବିଷୟରେ ବାନ୍ଧବୀମାଙ୍କୁ ପଚାରି ବୁଝି ବ୍ଲଗଟି ଲେଖିଛି ତ୍ରୁଟିଥିଲେ କ୍ଷମା କରିବେ । ଜୟ ଜଗନ୍ନାଥ )

ଫଟୋ-ଗାୟତ୍ରୀ ଦିଦି

ସ୍ମୃତିରୁ ….

“ଜେଜେବାପା କହୁଥିଲେ ଏହିଦିନ କୁଆଡେ ଆମ କୁଟୁମ୍ବର ଜଣେ କୁମାରୀଙ୍କର ବିୟୋଗ ଘଟିଥିଲା ତେଣୁ ସହିଦିନରୁ ଆମ ଘରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ ନାହିଁ । ସପ୍ତମରେ ପଢିଲା ବେଳେ ଆଉ ଗୋଟିଏ ସାହିକୁ ମୁଁ ଯାଏ ଓଷା ଦେଖିବାକୁ , ସେଇଠି ଥରେ ମିକିନା (ବାନ୍ଧବୀ) ଅନ୍ଧାରକୁ ଭିଡ଼ିନେଇ କହିଲା ସୋନି ଚାଲ ଚାନ୍ଦ ବସିବା । ମୁଁ କହିଲି ବଉଳ ଆଉ ତୁଳସୀ ବସିବା ଜାଣେ ହେଲେ ଚାନ୍ଦ ବସିବା ଆଜି ଶୁଣିଲି ।ସେ କଦଳୀ ପତ୍ରରେ ଧରିଥିବା ଚାନ୍ଦରୁ ଟିକେ ଟିକେ ହାତରେ ଧରି ଖୁଆଖୁଇ ହୋଇଗଲୁ ଯେ ସେହିଦିନ ଠାରୁ +2 ପଢିବା ଯାଏ ବାଟରେ ,ଘାଟରେ ,ବଜାରରେ ବି ଚାନ୍ଦ ଡକାଡକି । ଦିନେ ମୋ ଚାନ୍ଦକୁ ଆକାଶ ମିଳିଗଲା ଆଉ ସେ ବାହା ହୋଇଗଲା ।😂😂”

©ଚନ୍ଦ୍ରକାନ୍ତି ପ୍ରଧାନ

Author: chandrakantipradhan88

ଜଣେ ଗର୍ବିତ ଓଡ଼ିଆ ଝିଅ ।

4 thoughts on “କୁମାର ପୂର୍ଣ୍ଣିମା”

Leave a comment